
ଏକ, ପବିତ୍ର, କ୍ୟାଥୋଲିକ୍, ଆପୋଷ୍ଟୋଲିକ୍ ଏବଂ ପାମାରିଆନ୍ ଚର୍ଚ୍ଚ
ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରତିଷ୍ଠିତ ସର୍ବକାଳୀନ ଅସଲି କ୍ୟାଥୋଲିକ ଚର୍ଚ୍ଚ
କ୍ୟାଥେଡ୍ରାଲସ୍ଥିତ ସେଣ୍ଟ ପିଟରଙ୍କ ବୈଧ ଉତ୍ତରାଧିକାରୀ ପବିତ୍ର
ପୋପ୍ ତୃତୀୟ ପିଟରଙ୍କ ଦ୍ୱାରା ଅନୁଶାସିତ,
De Glória Ecclésiæ

ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରତିଷ୍ଠିତ ସର୍ବକାଳୀନ ଅସଲି କ୍ୟାଥୋଲିକ ଚର୍ଚ୍ଚ କ୍ୟାଥେଡ୍ରାଲସ୍ଥିତ ସେଣ୍ଟ ପିଟରଙ୍କ ବୈଧ ଉତ୍ତରାଧିକାରୀ ପବିତ୍ର ପୋପ୍ ତୃତୀୟ ପିଟରଙ୍କ ଦ୍ୱାରା ଅନୁଶାସିତ, De Glória Ecclésiæ
ଏହା ହେଉଛି ପବିତ୍ର, କ୍ୟାଥୋଲିକ୍, ପ୍ରେରିତିକ ଓ ପାଲ୍ମେରିୟାନ୍ ଚ୍ଚର୍ଚ୍ର ଏକମାତ୍ର ଆଧିକାରିକ ସରକାରୀ ୱେବସାଇଟ୍ ଯାହା ପବିତ୍ର ଶ୍ରୀମୁଖ କାର୍ମେଲାଇଟ୍ସ ଫାଦର ଜେନେରାଲ ଏବଂ ତାଙ୍କ ପରମ ପବିତ୍ରତା ପୋପ୍ ପିଟର ତୃତୀୟଙ୍କ ଦ୍ୱାରା ଅନୁମୋଦିତ। ପାଲ୍ମେରିୟାନ୍ କ୍ୟାଥୋଲିକ୍ ଚ୍ଚର୍ଚ୍ ବିଷୟରେ ଅନ୍ୟ କୌଣସି ଅନୁସନ୍ଧାନ ପାଇଁ କେବଳ ସେହି ସାମାଜିକ ଗଣମାଧ୍ୟମ ଆକାଉଣ୍ଟଗୁଡ଼ିକୁ ବ୍ୟବହାର କରିବା ଆବଶ୍ୟକ ଯାହା ପାଲ୍ମେରିୟାନ୍ କ୍ୟାଥୋଲିକ୍ ଚର୍ଚ୍ଚ ଦ୍ୱାରା ଅଧିକୃତ। ତନ୍ମମଧ୍ୟରୁ କେତେକ ଏହି ପୃଷ୍ଠାର ତଳଭାଗରେ ଦର୍ଶାଯାଇଛି। ଇଣ୍ଟରନେଟରେ ଉପଲବ୍ଧ ଅଧିକାଂଶ ଅନ୍ୟ ପ୍ରକାଶନ ଗୁଡିକରେ କୌଣସି ସତ୍ୟତା ନାହିଁ ଏବଂ ସେଗୁଡ଼ିକ ବିଭ୍ରାନ୍ତିପୂର୍ଣ୍ଣ ଓ ଅଶୁଦ୍ଧ ଅଟନ୍ତି।
ତେବେ ସର୍ବକାଳୀନ ଭାବେ ପ୍ରତିଷ୍ଠିତ କ୍ୟାଥୋଲିକ୍ ଚର୍ଚ୍ଚ ଗୁଡିକ କେଉଁଠାରେ ଅବସ୍ଥିତି?
କାର୍ମେଲସ୍ଥିତ ପରମ ପବିତ୍ର କୁମାରୀ ମେରୀ ୧୯୬୮ ମସିହା ମାର୍ଚ୍ଚ ମାସ ୩୦ ତାରିଖରେ ପ୍ରଥମ ଥର ପାଇଁ ସ୍ପେନ୍ ଅନ୍ତର୍ଗତ ସେଭିଲ୍ ର ଏଲ୍ ପାଲ୍ମାର୍ ଦେ ଟ୍ରୋୟା ନାମକ ଗାଁର ଚାରିଜଣ କୁଆଁରୀ କନ୍ୟାମାନଙ୍କୁ ଏକ ଲେଣ୍ଟିସ୍କ ଗଛ ଉପରେ ଦର୍ଶନ ଦେଲେ। ପ୍ରଥମ ଦର୍ଶନ ପ୍ରଦାନକାରୀ ଏହି ଗଛଟିର ବର୍ତ୍ତମାନ କୌଣସି ଚିହ୍ନବର୍ଣ୍ଣ ନାହିଁ, କାରଣ ଭକ୍ତଗଣ ଏହାକୁ ଅତି ପବିତ୍ର ଅବଶେଷ ମନେକରି ଏହାର ଶାଖା ପ୍ରଶାଖାଙଗୁଡ଼ିକୁ କାଟି ସମ୍ପୂର୍ଣ୍ଣ ମୂଳପୋଛ କରିସାରିଛନ୍ତି। ସେହି ସ୍ଥାନରେ କାଠ ନିର୍ମିତ ଏକ ଛୋଟ କ୍ରୁଶଟିଏ ସ୍ଥାପନା କରାଯାଇଥିଲା, ଯେଉଁଠାରେ ପ୍ରାର୍ଥନା କରାଯାଉଥିଲା ଏବଂ ଦର୍ଶନାର୍ଥିମାନେ ସେମାନଙ୍କର ସ୍ୱର୍ଗୀୟ ସନ୍ଦେଶ ଗ୍ରହଣ କରୁଥିଲେ। ଏହିପରି ପରମ ପବିତ୍ର କୁମାରୀ ମେରୀଙ୍କ ଦ୍ୱାରା ମନୋନୀତ ଏହି ସ୍ଥାନଟିର ସ୍ମୃତି ସଂରକ୍ଷିତ ହୋଇ ରହିଲା। ପରେ ପରେ ଯୀଶୁଙ୍କ ପବିତ୍ର ଶ୍ରାମୁଖମଣ୍ଡଳ ଏବଂ ଆମ ପରମା ଜନନୀଙ୍କ ପ୍ରତିଛବି ମଧ୍ୟ ସେଠାରେ ସ୍ଥାପନା କରାଗଲା।
ପ୍ରାରମ୍ଭିକ ସେଇ ଚାରି ଜଣ କୁମାରୀଙ୍କ ପରେ ଅନ୍ୟ ଦର୍ରଶନାର୍ଥି ମାନେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବରେ ଧ୍ୟାନସମାଧି ଅବସ୍ଥା ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱର୍ଗୀୟ ସନ୍ଦେଶମାନ ପ୍ରାପ୍ତ କରିପାରିଥିଲେ।
ଏହି ପବିତ୍ର ସ୍ଥାନଟି ଭବିଷ୍ୟତରେ ପବିତ୍ର ପାଲ୍ମେରିୟାନ୍ ଚର୍ଚ୍ଚର ମୁଖ୍ୟାଳୟ ହେବାକୁ ଯାଉଥିଲା ଓ ପରମ ପବିତ୍ର କୁମାରୀ ମେରୀଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇସାରିଥିଲା, ଏପରିକି ବିଗତ ଶତାବ୍ଦୀରେ ବିଭିନ୍ନ ସ୍ଥାନରେ ତାଙ୍କର ଅନେକବାର ଦର୍ଶନପ୍ରାପ୍ତ ଦ୍ୱାରା କ୍ଷେତ୍ରପ୍ରସ୍ତୁତି ହୋଇସାରିଥିଲା। ଉକ୍ତ ପୀଠସ୍ଥଳୀ ମାନଙ୍କ ମଧ୍ୟରୁ କିଛି ଉଦାହରଣକୁ ନିଆଯାଇ ପାରେ ଯଥା: ଲା ସାଲେଟ୍ (୧୮୪୭), ଲୁର୍ଦ (୧୮୫୮), ଫାତିମା (୧୯୧୭), ଗାରାବାଣ୍ଡାଲ୍ (୧୯୬୧) ଇତ୍ୟାଦି।
ଏଲ୍ ପାଲ୍ମାର୍ ଦେ ଟ୍ରୋୟାର ଲେଣ୍ଟିସ୍କସ୍ଥିତ ଏହି ପବିତ୍ର ସ୍ଥଳଟି ଧୀରେ ଧୀରେ କ୍ୟାଥୋଲିକ୍ ଚର୍ଚ୍ଚର ଚିନ୍ତାଜନକ ଅବସ୍ଥା ଭିତରେ ଗତିକଲା। ଏହା ଉପରେ ଆସୁଥିବା ବାଧାବିପତ୍ତି, ବିଦ୍ୱେଶତ୍ମାକ ଦଣ୍ଡାଦେଶ ଏବଂ ମାନବଜାତି ଉପରେ ଆସୁଥିବା ବିନାଶକାରୀ ଘଟଣାଗୁଡ଼ିକର ଉଦ୍ଘୋଷଣ ହୋଇଚାଲିଲା। ଏଗୁଡିକୁ କେବଳ ପ୍ରାର୍ଥନା, ପ୍ରାୟଶ୍ଚିତ ଏବଂ ଚର୍ଚ୍ଚରେ ଅନୁପ୍ରବେଶ କରିଥିବା ପ୍ରଗତିବାଦର ଉନ୍ମୂଳନ ଦ୍ୱାରା ହିଁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା। ଉଦାହରଣ ସ୍ୱରୂପ: ହାତରେ ପବିତ୍ର ପରମପ୍ରସାଦ (Holy Communion) ପ୍ରଦାନ କରିବା, ଆଣ୍ଠୁ ମୋଡ଼ି ନ ଝୁଙ୍କି ଠିଆ ହୋଇ ପ୍ରସାଦ ଗ୍ରହଣ କରିବା, ପୁରୋହିତ ଓ ସାଧ୍ୱୀମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ପାରମ୍ପରିକ ଅନୁଶୃତ ପବିତ୍ର ବେଶଭୂଷା ପରିତ୍ୟାଗ କରିବା ଇତ୍ୟାଦି…
ପାରମ୍ପରିକ ଶିକ୍ଷାର ବିକୃତ ପ୍ରୟୋଗ ଜନିତ ଚର୍ଚ୍ଚର ଧ୍ୱଂସ ସାଧନ, ପୂଜା ପଦ୍ଧତିରେ ଘୋର ପରିବର୍ତ୍ତନ, ପବିତ୍ର ଗଣବଳିଦାନ ବ୍ୟବସ୍ଥାର ଉଚ୍ଛେଦ ସାଙ୍ଗକୁ ପରମ ପବିତ୍ର କୁମାରୀ ମେରୀ ଏବଂ ଅଗଣିତ ସନ୍ଥମାନଙ୍କୁ ଚର୍ଚ୍ଚରୁ ଗାଦିଚ୍ୟୁତ କରିବା ଦ୍ୱାର ବହୁ ସଂଖ୍ୟକ ଚର୍ଚ୍ଚ ସଦସ୍ୟମାନଙ୍କର ଆଧ୍ୟାତ୍ମିକ ବିନାଶ ସଂଗଠିତ ହେଲା।
ଅନେକ ଚେତାବନୀ ପରେ ଏହି ଗାଁରେ ପରମ ପବିତ୍ର କୁମାରୀ ମେରୀ ଚର୍ଚ୍ଚର ମାତା ଭାବରେ ସ୍ୱୟଂ ଆବିର୍ଭୂତା ହୋଇଥିଲେ। ଦିବ୍ୟ ମେଷପାଳକ ରୂପରେ ଏବଂ ଶୁଶ୍ରୁଷାକର୍ତ୍ତୀ ଭାବରେ ସେ ଶେଷରେ ଚର୍ଚ୍ଚକୁ ନବୀକରଣ କରିବା ପାଇଁ ପ୍ରସ୍ତୁତ ଥିଲେ। କାରଣ ରୋମାନ୍ ଚର୍ଚ୍ଚ ସେସମୟରେ ଧର୍ମତ୍ୟାଗ ମାର୍ଗରେ ପ୍ରଧାବିତ ହେଉଥିଲା। ସେବେଠାରୁ ପରମ ପବିତ୍ର କୁମାରୀ ମେରୀ, ଅନନ୍ତ ପିତା, ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏବଂ ସେମାନଙ୍କ ସହିତ ଅଗଣିତ ସନ୍ଥମାନଙ୍କର ଆବିର୍ଭାବ ଘଟିସାରିଥିଲା, ଯେଉଁମାନେ ଧୀରେ ଧୀରେ ପବିତ୍ର ମାତାଙ୍କ ଚର୍ଚ୍ଚରେ ସଂଗଠିତ ହେବାକୁ ଥିବା ଆଗାମୀ ଘଟଣାଗୁଡ଼ିକ ପାଇଁ ପ୍ରସ୍ତୁତ ହେଉଥିଲେ।
ଏଲ୍ ପାଲ୍ମାର୍ରେ ଦିବ୍ୟଦ୍ରଷ୍ଟା ମାନଙ୍କୁ ପ୍ରାପ୍ତ ହେଉଥିବା ନିରନ୍ତର ସନ୍ଦେଶାବଳୀ, ସାର୍ବଜନୀନ ଚମତ୍କାରିତା ସାଙ୍ଗକୁ ଦୁରାରୋଗରୁମୁକ୍ତି ଏବଂ ଅନ୍ୟାନ୍ୟ ରହସ୍ୟମୟ ଘଟଣାବଳୀ ପାଇଁ କେବଳ ସ୍ପେନ୍ରୁ ନୁହେଁ ବରଂ ସମଗ୍ର ବିଶ୍ୱରୁ ପରମ୍ପରାପ୍ରିୟ ଓ ସତ୍ୟର ସନ୍ଧାନୀ ତୀର୍ଥଯାତ୍ରୀ ମାନଙ୍କୁ ବହୁଳ ଭାବରେ ଆକର୍ଷିତ କଲା—ଯାହା ବର୍ତ୍ତମାନ ରୋମାନ୍ ଚ୍ ଚର୍ଚ୍ଚଗୁଡ଼ିକରେ ଆଉ ଉପଲବ୍ଧ ନଥିଲା।
ଏଲ୍ ପାଲମାରରେ ଦିଆଯାଇଥିବା ଦିବ୍ୟ ବାଣୀଗୁଡ଼ିକୁ ସର୍ବତ୍ର ପ୍ରଚାର ପ୍ରସାର କରିବା ନିମନ୍ତେ ପରମେଶ୍ୱର ଜଣେ ଯୁବ ସେଭିଲିଆନ୍ ତଥା ପ୍ରମୁଖ ଦିଗ୍ଦ୍ରଷ୍ଟା ସପ୍ତଦଶ ଗ୍ରେଗୋରୀଙ୍କୁ ମନୋନୀତ କରିଥିଲେ, ଯିଏ ୧୯୪୬ ମସିହା ଏପ୍ରିଲ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଏହି ପବିତ୍ର ସ୍ଥାନର ଦିଗ୍ଦର୍ଶନ ଦାତା ହେବା ସହ ଭବିଷ୍ୟତରେ ପବିତ୍ର ମାତାଙ୍କ ଚର୍ଚ୍ଚର ମହାନ୍ ପୋପ୍ ହେବାର ସମ୍ଭାବନା ତାଙ୍କ ନିକଟରେ ସନ୍ନିବେଶିତ ଥିଲା। ତେବେ ଏଲ୍ ପାଲମାରର ତତ୍କାଳୀନ ପ୍ରମୁଖ ଦିଗ୍ଦର୍ଶକ ଭାବରେ କ୍ଲେମେଣ୍ଟେ ଡୋମିଙ୍ଗୁଜ୍ ୟ ଗୋମେଜ୍ ଅବସ୍ଥାପିତ ଥିଲେ ଯିଏକି କେବଳ ଦୈବୀ ସନ୍ଦେଶ ଗ୍ରହଣକାରୀ ହିସାବରେ ପରିଚିତ ନ ଥିଲେ, ବରଂ ପରମ ପବିତ୍ର କୁମାରୀ ମେରୀ ତାଙ୍କୁ ଅସଂଖ୍ୟ ରହସ୍ୟମୟ ଚିହ୍ନରେ ବିଭୂଷିତ କରିଥିଲେ, ଯଥା—ଆଶ୍ଚର୍ଯ୍ୟଜନକ ଧ୍ୟାନସମାଧି, ଧର୍ମାନ୍ତରଣ, ଚମତ୍କାରିତା ବଳରେ ଦୁରାରୋଗରୁ ମୁକ୍ତି, ଷ୍ଟିଗ୍ମାଟା (ଘାଆ ଚିହ୍ନ), ରହସ୍ୟମୟ ପରମପ୍ରସାଦ ଇତ୍ୟାଦି, ଯାହା ଏହି ନିଦର୍ଶନ ଗୁଡ଼ିକର ସତ୍ୟତା ପ୍ରତିପାଦନ ପାଇଁ ସ୍ପଷ୍ଟ ପ୍ରମାଣ ଥିଲା। ତେବେ ପରମେଶ୍ୱର ଏବଂ ତାଙ୍କର ପରମ ପବିତ୍ର ମାତାଙ୍କ ସାହାଯ୍ୟ ଏବଂ ଶକ୍ତି ବଳରେ କ୍ଲେମେଣ୍ଟେ ଡୋମିଙ୍ଗେଜ୍ ଏହି କର୍ମାଭିମୂଖି କଠିନ ସାଧୁ ଉଦ୍ୟମକୁ ସାହସ ଓ ଧୈର୍ଯ୍ୟର ସହିତ ନିଭାଇଥିଲେ, ସତ୍ୟର ରକ୍ଷା ପାଇଁ କଠୋର ସଂଘର୍ଷ କରିଥିଲେ ଏବଂ ତାଙ୍କ ଉପରେ ଆରୋପିତ ଅସତ୍ୟ ଓ ଆକ୍ଷେପ ସତ୍ତ୍ୱେ ସୁଦୃଢ଼ ଥିଲେ।
ରୋମାନ୍ ଚର୍ଚ୍ଚରେ ରାଜତ୍ୱ କରୁଥିବା ଅବନତି, ଦ୍ୱନ୍ଦ୍ୱ ଏବଂ ଅନ୍ଧକାରର ସାମ୍ନାରେ, କ୍ଲେମେଣ୍ଟେଙ୍କ ଯାତ୍ରା ଏଲ୍ ପାମରରେ ବହୁମୁଖୀ ଥିଲା ଯଦ୍ୱାରା ସେ ବିଶ୍ୱକୁ ମୁକ୍ତିର ଏକମାତ୍ର ସ୍ଥାନ ଭାବରେ ଜାଣିବା ପାଇଁ ଆମନ୍ତ୍ରଣ କରିଥିଲେ। ତାଙ୍କ ଉପରେ ହେଉଥିବା ଆକ୍ରମଣ, ସମାଲୋଚନା ଏବଂ ଅପନିନ୍ଦା ସତ୍ତ୍ୱେ ସେ ତାଙ୍କ ସାଧୁ ଉଦ୍ୟମ ପ୍ରତି ବିଶ୍ୱସ୍ତ ରହି ପ୍ରଶଂସିତ ହେଲେ ଏବଂ ସାହସ ଓ ଉତ୍ସାହର ସହିତ ସ୍ୱର୍ଗୀୟ ବାଣୀ ପ୍ରକାଶନ ଭଳି କଠିନ କାର୍ଯ୍ୟରେ ନିଜକୁ ସମର୍ପି ଦେଇଥିଲେ।
ଉକ୍ତ ପବିତ୍ର ସ୍ଥାନରେ ନିରନ୍ତର ପ୍ରାର୍ଥନା ସହିତ ପ୍ରାୟଶ୍ଚିତ୍ତ କରିବା ପାଇଁ ପ୍ରଭୁ ଏବଂ ପରମ ପବିତ୍ର କୁମାରୀଙ୍କ ଅନୁରୋଧକୁ ଭକ୍ତମାନେ ଉତ୍ସାହର ସହିତ ଅଭ୍ୟାସ କଲେ, ଯଦ୍ୱାରା ସେମାନଙ୍କର ଫଳ ପ୍ରାପ୍ତିପାଇଁ ବେଶୀ ସମୟ ଲାଗୁନଥିଲା।
ସେହି ପ୍ରଥମ ଆବିର୍ଭାବର କିଛି ବର୍ଷ ପରେ, ଏହି ପବିତ୍ର ସ୍ଥାନରେ ,ଅନ୍ତିମ ଯୁଗର ଆଧ୍ୟାତ୍ମିକ ପୃଷ୍ଟଭୂମିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସଂସ୍ଥା ପ୍ରତିଷ୍ଠିତ ହେଲା। ନୂତନ ଚର୍ଚ୍ଚ ପଦାନୁକ୍ରମର ସଦସ୍ୟମାନଙ୍କର ବିଭିନ୍ନ ଶାଖାରେ ଆଦେଶନାମା ଏବଂ ପବିତ୍ରୀକରଣରୁ ଏକ ଏପିସ୍କୋପାଲ ଏବଂ ଆପୋଷ୍ଟୋଲିକ୍ କଲେଜ ସ୍ଥାପିତ ହେଲା ଯାହା ଆଶାତୀତ ସଂଖ୍ୟକ ସଦସ୍ୟ ବୃଦ୍ଧି ସାଙ୍ଗକୁ ଏହି ପବିତ୍ର ସ୍ଥାନରେ ପବିତ୍ର କ୍ୟାଥୋଲିକ୍ ପରମ୍ପରାକୁ ସୁରକ୍ଷା ଦେବାରେ ସାହାଯ୍ୟ କଲା। ଏଠାରେଯେ କେବଳ ଆଧ୍ୟାତ୍ମିକ ପ୍ରସ୍ତୁତି ହେଉଥିଲା, ତାହା ନୁହେଁ ,ବରଂ ଈଶ୍ୱରଙ୍କ ପାଇଁ ଏକ ଭବ୍ୟ ମନ୍ଦିର (Cathedral-Basilica of Our Crowned Mother of Palmar) ନିର୍ମାଣର ମଧ୍ୟ ଅୟମାରମ୍ଭ ହୋଇଥିଲା।କ୍ୟାଥୋଲିକ୍ ଧର୍ମର ପବିତ୍ରତା ରକ୍ଷା, ଜୀବନିଶକ୍ତିକୁ ସଂରକ୍ଷଣ କରିବା ଏବଂ ଏହିପରି ଭବିଷ୍ୟତର ପାପେସିର ଦର୍ଶନସ୍ଥଳୀ ପାଇଁ ମନୋନୀତ ସ୍ଥାନରେ ପାମାରିଆନ୍ ମାନେ କେବଳଯେ ନିଜକୁ ଆଧ୍ୟାତ୍ମିକ ଭାବରେ ପ୍ରସ୍ତୁତ କରିଥିଲେ, ତାହାନୁହେଁ, ବରଂ ବସ୍ତୁତଃ ସେମାନେ ଆବଶ୍ୟକତା ଅନୁଯାୟୀ ଈଶ୍ୱରଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣର ଶୁଭାରମ୍ଭ କରିଥିଲେ, ଯେଉଁ ସମୟରେ ବିଶ୍ୱର ଅନ୍ୟତ୍ର ସର୍ବାଧିକ ଅବକ୍ଷୟ ହେଉଥିବା ବେଳେ ସେଠାରେ ପ୍ରକୃତପକ୍ଷେ ଉପାସନା ସମ୍ଭବ ହୋଇ ପାରୁଥିଲା।
ତେଣୁ ସେଇ ପବିତ୍ର ସ୍ଥାନରେ ଯେଉଁଠାରେ ପରମ ପବିତ୍ର କୁମାରୀ ମେରୀ ତାଙ୍କ ପ୍ରଥମ ଆବିର୍ଭାବରେ ଦୃଶ୍ୟମାନ ହୋଇଥିଲେ, ଏବଂ ତାଙ୍କ ମାତୃତ୍ୱର ନିବେଦନରେ ସାମ୍ପ୍ରତିକ ଆମ ମୁକୁଟ ମଣ୍ଡିତା ମାତା ପାଲମାରଙ୍କ କ୍ୟାଥେଡ୍ରାଲ୍-ବାସିଲିକା ପ୍ରତିମୂର୍ତ୍ତୀ ର୍ନିର୍ମିତ ହୋଇଥିଲା। ଏପରି ସବୁ ସ୍ୱପ୍ନ ବାସ୍ତବତାର ରୂପ ନେବା ପାଇଁ ପ୍ରଥମ ପାମାରିଆନ୍ ମାନଙ୍କ ପ୍ରୟାସ ମହାନ୍ ଥିଲା, ଏବଂ ସେମାନଙ୍କର ବିଶ୍ୱାସ ତଥା ବିଶ୍ୱସ୍ତ ପ୍ରାର୍ଥନା ଦିବ୍ୟ ପ୍ରଭିଡେନ୍ସଙ୍କ ପ୍ରତ୍ୟୁତ୍ତର ଲାଭ କରିପାରିଲା।
୧୯୭୮ ମସିହାରେ ପୋପ୍ ଷଷ୍ଠ ସେଣ୍ଟ ପଲ୍ ଙ୍କ ମୃତ୍ୟୁ ପରେ, ଦିଦ୍ୟଦ୍ରଷ୍ଟା କ୍ଲେମେଣ୍ଟେ, ଯିଏ ସେହି ସମୟରେ ବିଶପ୍ ଥିଲେ, ତାଙ୍କୁ ପ୍ରଭୁ କଲୋମ୍ବିଆର ସାଣ୍ଟା ଫେ ଡେ ବୋଗୋଟାରେ ଏକ ଆଶ୍ଚର୍ଯ୍ୟଜନକ ଦର୍ଶନ ଦେଇ ପୋପ୍ ଭାବରେ ନିଯୁକ୍ତ କରିବା ସହ ଅଭିଷିକ୍ତ କଲେ। ଏହି ଗୌରବମୟ ପୋପ୍ ହେଉଛନ୍ତି ସପ୍ତଦଶ ଗ୍ରେଗୋରୀ , ଯିଏ ଦୁଇଟି ମହନୀୟ ପବିତ୍ର ଓ ଡଗ୍ମାଟିକ୍ କାଉନ୍ସିଲ୍ ର ଆୟୋଜନ କରିଥିଲେ, ଯେଉଁଥିରୁ ଦିବ୍ୟ ପ୍ରକାଶନର ପବିତ୍ର ଭଣ୍ଡାରରୁ ଅନେକ ରତ୍ନ ଉଦ୍ଘାଟିତ ହୋଇଥିଲା ,ଉଦାହରଣ ସ୍ୱରୂପ ସିଦ୍ଧାନ୍ତ ଏବଂ ନୀତି ଉପରେ ଆଧାରିତ ବିଭିନ୍ନ ଗ୍ରନ୍ଥାବଳୀ।
ଆଜିର ସତ୍ୟ ହେଉଛିଯେ ପୋପ୍ ଏବେ ଏଲ୍ ପାଲ୍ମାର୍ ଦେ ଟ୍ରୋୟାରେ ବସବାସ କରନ୍ତି,ଯାହାଙ୍କ ନାମ ତୃତୀୟ ପୀଟର୍ । ସେ ପୃଥିବୀପୃଷ୍ଟରେ ଯୀଶୁଖ୍ରୀଷ୍ଟଙ୍କର ପ୍ରକୃତ ପ୍ରତିନିଧି। ଯିଏ ତାଙ୍କ ସହିତ ନାହିଁ, ସେ ଖ୍ରୀଷ୍ଟଙ୍କ ସହବି ନାହିଁ। କେବଳ ଏକମାତ୍ର, ପବିତ୍ର, କ୍ୟାଥୋଲିକ୍, ପ୍ରେରିତିକ ଓ ପାଲ୍ମେରିୟାନ୍ ଚର୍ଚ୍ଚର ଧର୍ମଯାଜକମାନେ ହିଁ ପବିତ୍ର ସଂସ୍କାରଗୁଡ଼ିକର ବୈଧ ପରିଚାଳନା କରିପାରନ୍ତି ଏବଂ ପବିତ୍ର ଗଣବଳିଦାନ ଉତ୍ସବ ପାଳନ କରିପାରନ୍ତି।
ବର୍ତ୍ତମାନ ଅନେକ ରାଷ୍ଟ୍ରରୁ ଅନେକ ବିଶ୍ୱାସୀ ଏହି ପବିତ୍ର ସ୍ଥାନରେ ଉତ୍ସାହୀ ତୀର୍ଥଯାତ୍ରାରେ ଏକତ୍ରିତ ହୁଅନ୍ତି, ପରମେଶ୍ୱର ଏବଂ ତାଙ୍କର ପରମ ପବିତ୍ର ମାତାଙ୍କୁ ଉପାସନା କରନ୍ତି ଏବଂ ମାନବଜାତିର ପାପର ପ୍ରାୟଶ୍ଚିତ୍ତ କରନ୍ତି। ଏଠିକାର ଆରାଧନା, ଧାର୍ମିକତା, ଚମତ୍କାରିତା, ଏବଂ ଅତ୍ୟୁତ୍ସାହୀ ଆଧ୍ୟାତ୍ମିକତାର ଶୋଭାଯାତ୍ରା, ପାମାରିଆନ୍ ମାନଙ୍କ ବିଶ୍ୱାସକୁ ଜୀବନ୍ତ ଏବଂ ଉଜ୍ଜିବୀତ କରି ରଖିବା ସହିତ ସେମାନଙ୍କ ପବିତ୍ର ଚର୍ଚ୍ଚର ବିଜୟକୁ ଅପେକ୍ଷା କରେ।
ଅସଲି ଚ୍ଚର୍ଚର ଲକ୍ଷଣ
1. ଖ୍ରୀଷ୍ଟଙ୍କ ଚର୍ଚ୍ଚ ହେଉଛି: ଏକ ପବିତ୍ର, କ୍ୟାଥୋଲିକ୍, ପ୍ରେରିତିକ ଓ ପାଲ୍ମେରିୟାନ୍:
• ଏକ ବିଶ୍ୱାସର ପ୍ରତୀକ, କାରଣ ଈଶ୍ୱରଙ୍କ ଦ୍ୱାରା ପ୍ରକାଶିତ ସତ୍ୟ ସମସ୍ତଙ୍କ ପାଇଁ ସମାନ; ଏକ ଶାସନର, କାରଣ ଏକମାତ୍ର ଦୃଶ୍ୟମାନ ପ୍ରମୁଖ ହେଉଛନ୍ତି—ପୋପ୍; ଏକ ସଂସ୍କାରର, କାରଣ ଏଗୁଡ଼ିକ ସମସ୍ତ ବିଶ୍ୱାସୀଙ୍କ ପାଇଁ ସମାନ।
• ପବିତ୍ରତାର, କାରଣ ଏହାର ପ୍ରତିଷ୍ଠାତା ହେଉଛନ୍ତି ଅତିବ ପବିତ୍ର; ଏହାର ଶିକ୍ଷାଗୁଡ଼ିକ ପବିତ୍ର; ଏହାର ଉଦ୍ଦେଶ୍ୟ ଓ ଏହାର ସଦସ୍ୟଗଣ ପବିତ୍ର।
• କ୍ୟାଥୋଲିକ୍, କାରଣ ଏହା ସାର୍ବଭୌମିକ, ସମସ୍ତ ସତ୍ୟକୁ ସମାହିତ କରେ ଏବଂ ସମସ୍ତ ଲୋକଙ୍କ ପାଇଁ।
• ପ୍ରେରିତିକ, କାରଣ ଏହାର ଶ୍ରେଣୀ ଓ ଶିକ୍ଷାଗୁଡ଼ିକ ପ୍ରେରିତମାନଙ୍କଠାରୁ ଉତ୍ପନ୍ନ।
• ପାଲ୍ମେରିୟାନ୍, କାରଣ ଏହାର ମୁଖ୍ୟାଳୟ ବର୍ତ୍ତମାନ ଏଲ୍ ପାଲ୍ମାର୍ ଦେ ଟ୍ରୋୟା (ସେଭିଲ୍, ସ୍ପେନ୍) ରେ ଅବସ୍ଥିତ।
2. ଖ୍ରୀଷ୍ଟଙ୍କ ଅସଲି ଚର୍ଚ୍ଚ ତାଙ୍କର ଦିବ୍ୟ ପ୍ରତିଜ୍ଞା ଅନୁସାରେ , ଅଭେଦ୍ୟ, ଅଜେୟ ଓ ଅବିନାଶୀ: “ଏହା ଉପରେ ନରକର ଦ୍ୱାର ପ୍ରବଳ ହେବାର ନାହିଁ।”
3. ଖ୍ରୀଷ୍ଟଙ୍କ ଅସଲି ଚର୍ଚ୍ଚ ହେଉଛି ପବିତ୍ର କାର୍ମେଲାଇଟ୍ସ ଶ୍ରୀମୁଖ ଯୁକ୍ତ ପାଲ୍ମେରିୟାନ୍ ଖ୍ରୀଷ୍ଟିୟାନ୍ ଚର୍ଚ୍ଚ , ବା ପାଲ୍ମେରିୟାନ୍ ଖ୍ରୀଷ୍ଟିୟାନ୍ ଚର୍ଚ୍ଚ , ବା ପାଲ୍ମେରିୟାନ୍ ଚର୍ଚ୍ଚ ନାମରେ ପରିଚିତ, ଯାହା ସେହି ଏକମାତ୍ର, ପବିତ୍ର, କ୍ୟାଥୋଲିକ୍, ପ୍ରେରିତିକ ଓ ପାଲ୍ମେରିୟାନ୍ ଚର୍ଚ୍ଚର ଅନ୍ୟ ନାମ।
4. ପାଲ୍ମେରିୟାନ୍ ଚର୍ଚ୍ଚ ହେଉଛି ଏକମାତ୍ର ଅସଲି ଖ୍ରୀଷ୍ଟିୟାନ୍ ଚର୍ଚ୍ଚ, ଯାହାର ନାମ ତାହାର ଦିବ୍ୟ ପ୍ରତିଷ୍ଠାତା, ଯୀଶୁଖ୍ରୀଷ୍ଟଙ୍କଠାରୁ ପ୍ରାପ୍ତ।
5. ୬ ଅଗଷ୍ଟ ୧୯୭୮ ମସିହାରେ ପୋପ୍ ଷଷ୍ଠ ସେଣ୍ଟ ପଲ୍ ଙ୍କ ମୃତ୍ୟୁ ପରେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ପ୍ରେରିତ ସେଣ୍ଟ ପେତ୍ରୁସ ଓ ସେଣ୍ଟ ପଲ୍ଙ୍କ ସହ, ନୂଆ ପୋପ୍, ସେଣ୍ଟ ସପ୍ତଦଶ ଗ୍ରେଗୋରୀଙ୍କୁ ମନୋନୀତ ଓ ଅଭିଷେକ କରିଥିଲେ। ସେହି ମୁହୂର୍ତ୍ତରୁ ରୋମାନ୍ ଚର୍ଚ୍ଚ ଆଉ ଅସଲି ଚର୍ଚ୍ଚ ହୋଇ ରହି ପାରିଲା ନାହିଁ।
6. ରୋମାନ୍ ଚର୍ଚ୍ଚର ଧର୍ମ ପରିତ୍ୟାଗ ହେତୁ, ଯୀଶୁଖ୍ରୀଷ୍ଟ ୯ ଅଗଷ୍ଟ ୧୯୭୮ ମସିହାରେ ତାଙ୍କ ଚର୍ଚ୍ଚର ପୀଠକୁ ରୋମରୁ ଏଲ୍ ପାଲ୍ମାର୍ ଦେ ଟ୍ରୋୟାକୁ ସ୍ଥାନାନ୍ତର କରିଥିଲେ।
7. ପବିତ୍ର ଆତ୍ମା କେବଳ ଏକମାତ୍ର ସତ୍ୟ ଚର୍ଚ୍ଚର ପ୍ରାଣ—ଏକମାତ୍ର, ପବିତ୍ର, କ୍ୟାଥୋଲିକ୍, ପ୍ରେରିତିକ ଓ ପାଲ୍ମେରିୟାନ୍। ଏହା ବାହାରେ ଆତ୍ମାମାନଙ୍କରେ ଦିବ୍ୟ ଆତ୍ମାର ବାସସ୍ଥାନ ଅସମ୍ଭବ।
8. ପାଲ୍ମେରିୟାନ୍ ଚର୍ଚ୍ଚର ସଦସ୍ୟମାନେ ଯୀଶୁ ଓ ମେରୀଙ୍କ ସଙ୍ଗତିରେ ପବିତ୍ର ଶ୍ରୀମୁଖ କାର୍ମେଲାଇଟ୍ସଙ୍କ ଆଦେଶନାମା ପ୍ରଣୟନ କରନ୍ତି, ଯେଉଁଥିରେ ତିନୋଟି ଶାଖା ଅଛି: ପ୍ରଥମରେ ଫାଦର୍, ଦ୍ୱିତୀୟରେ ନନ୍ ଏବଂ ତୃତୀୟରେ ବିଶ୍ୱାସୀ।
9. ୩୦ ଜୁଲାଇ ୧୯୮୨ ମସିହାରେ ପୋପ୍ ସେଣ୍ଟ ସପ୍ତଦଶ ଗ୍ରେଗୋରୀ ଅସଲି ଚର୍ଚ୍ଚର ବାହାରେ ଥିବା ସମସ୍ତ ବିଶପ୍, ଧର୍ମଯାଜକ ଓ ଡୀକନ୍ଙ୍କଠାରୁ ସମସ୍ତ ଶକ୍ତି ପ୍ରତ୍ୟାହାର କରିଥିଲେ। ସେ ସମସ୍ତ ପବିତ୍ର ଅବଶେଷ, ପ୍ରତିମୂର୍ତ୍ତି, ପୂଜାରେ ବ୍ୟବହୃତ ବସ୍ତୁ, ବେଦୀ ଇତ୍ୟାଦିରୁ ମଧ୍ୟ ପବିତ୍ରତାର ଚିହ୍ନ ହଟାଇ ଦେଇଥିଲେ।
10. ଅସଲି ଚର୍ଚ୍ଚର ବାହାରେ ଥିବା ବିଶପ୍,ଧର୍ମଯାଜକ ଓ ଡୀକନ୍ମାନେ କୌଣସି ପୁରୋହିତି କାର୍ଯ୍ୟକୁ ବୈଧ ରୂପେ ସମ୍ପାଦନ କରିବାର ଶକ୍ତି ରଖନ୍ତି ନାହିଁ।